1 comments

କ୍ୟାନଭାସ (Canvas)

Published on 09 April 2012 in ,

ଆଙ୍କି ବାକୁ ବସିଲି ଛବି ଟିଏ 
କେଜାଣି ଆଙ୍କୁ ଆଙ୍କୁ କେମିତି ଆଙ୍କି ଦେଲି 
ମୋ କ୍ୟାନଭାସ ଉପରେ...
ଅବିକଳ ତୁମ ପରି ଦିଶୁଥିବା ମୁହଁ ଟିଏ
ଏଥର ଥିଲା ରଙ୍ଗ ଦେବା ପାଳି
ଭାବିଲି ଭୁଲ ରେ ହଉ ପଛେ
ଆଙ୍କି ତ ସାରିଲିଣି
କିନ୍ତୁ ଭୁଲ ରେ ବି ଯେମିତି ନ ଭରି ଦିଏ
ତୁମ ପ୍ରତାରଣା ଭରା ହୃଦୟ ରେ,
ପୁଣି ଥରେ ପ୍ରତାରଣା ର ରଙ୍ଗ ଟିଏ
ସତରେ .....................
ମୋ କ୍ୟାନଭାସ ରେ ଥରେ ଛବି ଟେ ହେଲା ପରେ
ଏବେ ମୁଁ ସଜେଇ ପାରିବି ତୁମ କୁ ମୋ ମନ ମୁତାବକ
ଭରି ଦେବି,ତୁମ କୋଣେ ଅନୁକୋଣେ
ମୋ ପ୍ରେମ ର ଗୋଲାପି ରଙ୍ଗ
ଏମିତି ବାନ୍ଧି ରଖବି
ସମ୍ପର୍କ ର ସବୁଜିମା ଡୋର ରେ
ଆଉ ତୁମେ ଯାଇପାରିବନି
ମୋ ଭଲପାଇବାର ଗାଢ ନାଲି ବଳୟ ଭିତରୁ ମୁକୁଳି
ମୋ ରଙ୍ଗଭରା ଦୁନିଆ କୁ ଥରେ ଆସିଗଲା ପରେ
ଆଉ ତ ନାହଁ ତୁମେ ତୁମ ଅକ୍ତିଆରେ ଯେ
ଯେବେ ଇଚ୍ଛା ଚାଲି ଯିବ ମତେ ଏକା କରି
ଭାବୁଛି ............................................
ମୋ ମନ ଟା ବି ହେଇନଥାନ୍ତା କି ସାଧା କ୍ୟାନଭାସ ଟିଏ
ଥରେ ତୁମ ଛବି ଟେ ସେଠି ଆଙ୍କି ଦେଲା ପରେ
ନା ତୁମେ ବାହାରି ପାରିଥାନ୍ତ
ନା କେହି ନେଇପାରିଥାନ୍ତେ
ତୁମ କୁ ମୋ ପାଖରୁ ଛଡେଇ
କେବଳ ମୋର ଆଉ ମୋର ହୋଇ ରହି ଯାଇଥା'ନ୍ତ
ସରା ଜୀବନ ପାଇଁ
ସେଇ ମୋ ମନ କ୍ୟାନଭାସ.ର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ

By:Julee Behera

Spread The Love, Share Our Article

Related Posts

1 Response to କ୍ୟାନଭାସ (Canvas)

15 November 2012 16:29

Dardi kavita.bahut bhala hei6i...

Add Your Comment