0 comments

PLAGIARISM and Jyoti Vihar

Published on 15 March 2012 in

                                     - ଅରୁନ୍‌ ପୂଜାରୀ 
ବିଗତ କିଛି ଦିନ ହେଲା ଦେଶସାରା plagiarism ବିଷୟରେ ବେଶ୍‍ ଚର୍ଚ୍ଚା ହେଉଅଛି ଦେଶର ଏକ ବିଶିଷ୍ଟ ବୈଜ୍ଞନିକ ଡ଼ା ସି. ଏନ୍‌. ଆର୍‌ ରାଓ, ଯେ କି ପ୍ରଧାନମନ୍ତ୍ରୀଙ୍କ ମୂଖ୍ୟ ଉପଦେଷ୍ଟା, plagiarism ପରି ଦୋଷାବହ କାର୍ଯ୍ୟରେ ଲିପ୍ତ ଥିବା ଆରୋପ କରାଯାଇଅଛି ଗତ ମାର୍ଚ୍ଚ ୯ ତାରିଖରେ Hindu ରେ ପ୍ରକାଶିତ ଏକ ସ୍ତମ୍ଭରୁ ଅନେକ କିଛି ଜଣାପଡ଼େ ସନ୍ଦର୍ଭ ରଚନା କଲାବେଳେ ପୂର୍ବ ପ୍ରକାଶିତ ଗବେଷଣା କାର୍ଯ୍ୟ, ଭାଷା ବା ବାକ୍ୟକୁ ଅବିକଳ ନକଲ କରି ପୁନଃ-ପ୍ରତିପାଦନ କଲାବେଳେ ମୂଳ ଲେଖକଙ୍କୁ ଯଥୋଚିତ କୃତଜ୍ଞତା ପ୍ରକାଶ କରିବା ଉଚିତ ଏହା ନ କରିବାଟା ଚୋରି କରିବା ସଦୃଶ ଓ ଏହା ସର୍ଜନାର ନୈତିକ-ମୂଲ୍ୟର ଅବମାନନା ଏହି ପରି ଚୋରି କରିଥିବା ସନ୍ଦର୍ଭ ପ୍ରକାଶନ-ଅଯୋଗ୍ୟ, ଏହି ପରି ଚୋରି କରିଥିବା ଥେସିସ ପି. ଏଚ. ଡି ଡିଗ୍ରି ଅଯୋଗ୍ୟ ଗତ ୫ ବର୍ଷ ହେଲାଣି, ଅନେକ ବିଶ୍ୱବିଦ୍ୟାଳୟ ଏବଂ ପ୍ରକାଶକ ଏକ ସଫ୍ଟୱାର ସାହାଯ୍ୟରେ ଜାଣିପାରନ୍ତି ପ୍ରକାଶନ-ପ୍ରାର୍ଥୀ ପାଣ୍ଡୁଲିପିରେ ଶତକଡା କେତେ ଭାଗ ପୂର୍ବ ପ୍ରକାଶିତ ରଚନାର ନକଲ କରାହେଇଅଛି କିନ୍ତୁ ଏହି ସଫ୍ଟୱାର ର କାର୍ଯ୍ୟ ଅତି ସୀମିତ, ଏହା କେବଳ ଇଂରାଜି ଭାଷାରେ ଲେଖା ହେଇଥିବା ଇଣ୍ଟର୍ନେଟ୍‌-ଲବ୍ଧ ପାଣ୍ଡୁଲିପି ରୁ କେବଳ ବାକ୍ୟମାନଙ୍କର ଅବିକଳ ନକଲ ଦେଖେ ଉପରୋକ୍ତ ଡା ରାଓଙ୍କ ବିରୁଦ୍ଧରେ ଅଭିଯୋଗରେ ଡା ରାଓ ପୂର୍ବ ପ୍ରକାଶିତ ତଥ୍ୟର ନକଲ କରିଥିବା ଆରୋପ କରା ହେଇଛି ଯାହା ଏହି ସଫ୍ଟୱାର ଦ୍ୱାରା ଜଣା ପଡିବ ନାହିଁ

ମୁଖସ୍ଥ କରିବା ଅଭ୍ୟାସ- ୨୦୦୮ ନଭେମ୍ବର ମାସରେ ମୁଁ କୁଳପତି ଭାରଗ୍ରହଣ କରିବା ପରେ ବିଶ୍ୱବିଦ୍ୟାଳୟର କିଛି ସ୍ନାତକତ୍ତୋର ବିଭାଗକୁ ପରିଦର୍ଶନରେ ଯାଇ ଦେଖିଲି ଯେ ଅଧିକାଂଶ ବିଭାଗରେ ଶିକ୍ଷକଗଣ ’ନୋଟ’ ଡାକୁଛନ୍ତି ଓ ଆଶା କରନ୍ତି ଯେ ଛାତ୍ରଛାତ୍ରୀ ଏହି ନୋଟ ଗୁଡିକୁ ମୁଖସ୍ଥ କରି ପରୀକ୍ଷାରେ ଉତ୍ତର ଲେଖିବେ ଅଧିକ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ଦେଖିଲି, କମ୍ପ୍ୟୁଟର ବିଭାଗରେ ସି, ସି++ ଓ ଜାୱା ପାଇଁ ବି ନୋଟ ଡକା ଚାଲିଛି ମୁଁ ବିସ୍ମିତ ହେବାର କାରଣ ହେଲା ଯେ ସି, ସି++ ଓ ଜାୱା ଶିକ୍ଷା ଦାନ ଉତ୍ତମ ପ୍ରୋଗ୍ରାମ ଲେଖିବାପାଇଁ ଓ ସେଥିରେ ଯେତେ ଅଧିକ ମାର୍କ ଆଣି ଥିଲେ ବି ଯଦି ଜଣେ ପ୍ରୋଗ୍ରାମ ଲେଖିବା ଅଭ୍ୟାସ ନକରେ ତାହେଲେ ସେ ଶିକ୍ଷା ବୃଥା କିନ୍ତୁ ଛାତ୍ର ଛାତ୍ରୀ ମାନେ ବିଷୟକୁ ମୁଖସ୍ଥ କରି ଯଥାସାଧ୍ୟ ମାର୍କ ପାଇଲେ ଅତି ସନ୍ତୁଷ୍ତ କୌତୁକ ବୋଧ ହେଲା ଯେ, systemର ସମସ୍ତ stakeholder ଏହି ବ୍ୟବସ୍ଥାରେ ଖୁସି, ଛାତ୍ରଛାତ୍ରୀ ମାନେ ଖୁସି, ଶିକ୍ଷକ ବି ଖୁସି, ପରୀକ୍ଷକ ବି ଖୁସି (କାରଣ ପରୀକ୍ଷକ ବି ଏହି ପ୍ରକାର ପ୍ରଣାଳୀରେ ଶିକ୍ଷା ଲାଭ କରି ଶିକ୍ଷକତା କରୁଛନ୍ତି) କଥାଟା ଏତେଦୂର ଗଲା ଯେ, ଜଣେ ମ୍ୟାଡ଼ାମ୍‍ ମୋତେ କହିଲେ “ସି, ସି++ ଓ ଜାୱା ଏମିତି ହିଁ ପଢା ଯାଏ” ବିଗତ ୨୫ ବର୍ଷ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାରେ ସଂଶ୍ଳିଷ୍ଟ ଥାଇ ବି ମୁଁ ଏହି ଗୁପ୍ତ ଜ୍ଞାନଟି ପାଇନଥିଲି ଓ ମ୍ୟାଡ଼ାମ୍‍ଙ୍କର ଅଜ୍ଞାନତା ରେ କି ଦାମ୍ଭିକତାରେ ହସିବି ବୁଝିପାରିନଥିଲି କିନ୍ତୁ କଥାଟା ହେଲା, ଯଦି ଆମେ ବିଦ୍ୟାର୍ଥୀକୁ ମୁଖସ୍ଥ କରିବାରେ ପ୍ରହୋତ୍ସାନ ଦେବା, ପୁସ୍ତକରେ ଲେଖା ଥିବା ବାକ୍ୟ ଅବିକଳ ପୁନଃ-ପ୍ରତିପାଦନ କରିବାରେ ଗୁରୁତ୍ୱ ଦେବା ତେବେ ବିଦ୍ୟାର୍ଥୀ ନିଜ ମନକୁ, ନିଜ ଭାଷାରେ, ନିଜ ବାକ୍ୟରେ ଉତ୍ତର ଦେଇପାରିବା ସାମର୍ଥ୍ୟ ହରାଇବ ପରବର୍ତ୍ତୀ ଜୀବନ-କାଳରେ ଆମେ ଆଶା କରିବା ଅନୁଚିତ ଯେ ପର-ଲିଖିତ ବାକ୍ୟ ବ୍ୟବହାର କରିବାକୁ ସେ ଚୋରି-ସଦୃଶ ଗ୍ରହଣ କରୁ
ପି.ଏଚ୍‌.ଡ଼ି ଥେସିସ- କୁଳପତି ଭାବରେ କେବେ କେମିତି ପି.ଏଚ୍‌.ଡ଼ି viva କୁ ବି ଯାଉଥିଲି ଦିନେ ଦେଖିଲି, ପୂର୍ବ ପ୍ରକାଶିତ ଗବେଷଣା ସନ୍ଦର୍ଭର ଅବିକଳ ନକଲ କରି ଜଣେ ଥେସିସ ଲେଖିଛନ୍ତି, ସମସ୍ତ ପରୀକ୍ଷକ ତାକୁ ଅନୁମୋଦନ କରିଛନ୍ତି ଓ କାମକୁ ପ୍ରଶଂସାବି କରୁଛନ୍ତି ଘରକୁ ଆସିଲା ପରେ ମୁଁ ମୂଳ ସନ୍ଦର୍ଭ ଓ ଥେସିସକୁ ପଢିଲି, ସବୁ କିଛି ସମାନ କିନ୍ତୁ ବିଦ୍ୟାର୍ଥୀ ମୂଳ ଲେଖକଙ୍କ ନାମ ଥେସିସ କୌଣସି ସ୍ଥାନରେ ନଦେଇ ନିଜ କାମ ଭାବରେ ପ୍ରତିପାଦନ କରିଅଛନ୍ତି ଏହା plagiarismର ପରିଷ୍କାର ଉଦାହରଣ ରିପୋର୍ଟକୁ କିଛି ଦିନ ରଖିଲି, ପ୍ର: କେ.ସି.ପଣ୍ଡାଙ୍କୁ ଅନୁଧ୍ୟାନ କରିବାକୁ ଅନୁରୋଧ କଲି ରିପୋର୍ଟ ଡେରି ହବା ଦେଖି ଗୁରୁଜି ପ୍ର: ଚୌଧୁରି ମୋତେ କୋର୍ଟକୁ ଟାଣିବାକୁ ଡରେଇଲେ ମୋ ପାଖରେ ଯଥେଷ୍ଟ ପ୍ରମାଣ ଥିଲା ଓ ସେଥିରେ ଥେସିସ ନାକଚ ତ ହେଇ ଯାଇଥାଆନ୍ତା, କିନ୍ତୁ କିଛି କରିବା ଆଗରୁ ମୁଁ କିଛି ସିଣ୍ଡିକେଟ ସଦସ୍ୟଙ୍କ ମତ ନେଲି ବିଶ୍ୱବିଦ୍ୟାଳଯର ଯୋଗ୍ୟ ସଦସ୍ୟ ସମସ୍ତ plagiarismକୁ ଏତେ ଗୁରୁତ୍ୱ ଦେଲେ ନାହିଁ ପଣ୍ଡାବାବୁ ତାଙ୍କ ରିପୋର୍ଟରେ ଅତି positive ମତ ଦେଲେ ଏଇ ସଦସ୍ୟ ମାନଙ୍କ publication ବିଷୟରେ ମୁଁ କିଛି ଜାଣି ଥିଲି, ସମସ୍ତେ ଏଇମିତି କିଛିନା’କିଛି ଅଡ଼ୁଆ କାମ କରିଛନ୍ତି ପଣ୍ଡା ବାବୁ ପ୍ରଫେସର ହେବା ପାଇଁ ୧୨ ମାସରେ ୧୦ଟି ସନ୍ଦର୍ଭ ଲେଖିଥିବା କଥାବି ଜାଣିଥିଲି କୌଣସି ବ୍ୟକ୍ତି ନିଜଭାଷାରେ ନକଲ-ବିନା ହାରାହାରି ମାସକୁ ଗୋଟିଏ ସନ୍ଦର୍ଭ ଲେଖିବା ସମ୍ଭବ ନୁହେଁ ଧୀରେ ଧୀରେ ଦେଖିଲି ସମସ୍ତ ବିଭାଗ ଏହି ମାରତ୍ମକ ବ୍ୟାଧିରେ ଗ୍ରସ୍ତ, କାହାକୁ ଠିକ କରିବି, ଲାଇଫ ସାଇନ୍ସ, କେମିସ୍ଟ୍ରି, ଗଣିତ ସବୁରେ ସମାନ ସର୍ବୋପରି ମୋ ନିଜ ବନ୍ଧୁ ସଦୃଶ ଡ: ଶିଶିର ସାହୁ, ସର୍ବବିଶିଷ୍ଟ ଗବେଷକ ଡ: ସୁଧୀର ସାହୁ ଥେସିସ ପରେ ଥେସିସ ଜମା କରାଉଥାଆନ୍ତି ଆଉ ସବୁ କିଛି plagiarism-ଗ୍ରସ୍ତ ଇତିହାସ ବିଭାଗର ଥେସିସ medicinal plants ଉପରେ ଲେଖା ହେଲା କିନ୍ତୁ ପାର୍ଶ୍ୱରେ ଥିବା ଲାଇଫସାଇନ୍‌ସ୍‌ ବିଭାଗରେ ଯାହ କାମ ହେଇଛି ତାକୁ ନକଲ କରା ହେଲା 
ବଡ ଅସହାୟ ଲାଗୁଥିଲା ହାତରେ ଆହୁରି ଅନେକ ଉନ୍ନତି ମୂଳକ କାମକରିବାର ଥିଲା କେତେଟା ବା’ ଥେସିସ ମୁଁ ନିଜେ ପଢିବି, କାହା ଉପରେ ଏଇ କାମ ନ୍ୟସ୍ତ କରିବି ବିଶ୍ୱବିଦ୍ୟାଳୟରେ ଅନେକ ସଚ୍ଚୋଟ ଗବେଷକ ଥିଲେ କିନ୍ତୁ ସେମାନଙ୍କୁ ଏଇମିତି କାମରେ ବ୍ୟସ୍ତ ରଖିବା ମାନେ ହେଲା ଯାହାକିଛି ଭଲ କାମ ହେବା କଥା ତାହା ବି ବନ୍ଦ ହେଇଯିବ ଦେଖି ନ’ ଦେଖିଲା ପରି ରହିବାକୁ ପଡିଲା
ଶୁଣିଛି, ଆର୍ଥିକ ଅନଟନ ହେତୁ ଏବେ ପରୀକ୍ଷକ ବି କିଛି ସ୍ଥାନ ନିମନ୍ତେ ସୀମିତ 
ଆଜି ଦେଶ ସି.ଏନ.ଆର.ରାଓ ଙ୍କୁ ବି ଦଣ୍ଡିତ କରିବାକୁ ପ୍ରସ୍ତୁତ ହେଲା ବେଳକୁ ଆମ ବିଶ୍ୱବିଦ୍ୟାଳୟରେ ଏହାକୁ ଆପରାଧ ବୋଲି ନ ଭାବି ଗୌରବାନ୍ୱିତ କରାହେଉଅଛି ଉଚିତ ତ’?
                                 (Writer is the former VC of Sambalpur University)

Spread The Love, Share Our Article

Related Posts

No Response to "PLAGIARISM and Jyoti Vihar"

Add Your Comment